Sei Sorisa Phulara | ସେଇ ସୋରିଷ ଫୁଲର ପଥ | Namita Agrawal | Lyrics
| Singer | Namita Agrawal |
| Music | Alekh Biswal |
| Lyrics | Manmath Mishra |
ସେଇ ସୋରିଷ ଫୁଲର ପଥେ...ଥରେ
ନିଅଏ ମାଧବ ମତେ (୨)
ବିଦ୍ୟା ପତି ସିନା ସୋରିଷ ବୁଣିଲା
ସୋରିଷ ଫୁଲତ ମୋ ମନ କିଣିଲା...
କୁହ ମୁଁ ବୁଝିବି କେତେ...ଥରେ
ନିଅଏ ମାଧବ ମତେ
ସେଇ ସୋରିଷ ଫୁଲର ପଥେ..ଥରେ
ନିଅଏ ମାଧବ ମତେ
ତୁଳସୀ ମହକା ନୀଳାଚଳ ପଥେ...
ଡୁରୀ ନ ଲାଗିଲା ନାହିଁ... (୨)
ମନ ବନ ପଥେ ତୁମକୁ ଖୁଯେ ମୁଁ...
ଲଳିତାର ଆଖି ନେଇ
ହୋଇଥିବରାତି ନିରଳା ନିରଳା
ଚନ୍ଦନ ବାସରେ ଉଛୁଳା ଉଛୁଳା
ସେହି ପୁଣ୍ୟ ମଇ ରାତି ଥରେ
ନିଅଏ ମାଧବ ମତେ
ସେଇ ସୋରିଷ ଫୁଲର ପଥେ...ଥରେ
ନିଅଏ ମାଧବ ମତେ
କଣ୍ଟ ନିତ ପଥେ ଚାଲି ଚାଲି କେତେ
ତୁମକୁ ଖୁଜିଲା ପରେ... (୨)
ମୁଁ ଜାଣିଛି ତୁମେ ଦେଖା ଦିଅ ପ୍ରଭୁ
ଫୁଲ ଫୁଟା ପଥଧାରେ
ଦେଉଥିବା ହସି ମୁରୁକି ମୁରୁକି
ଦିଶୁ ଥିବି ମୁଁ ଯେ ଲାଜୁକି ଲାଜୁକି
ରାଧା ଭାବ ଥିବ ଯେତେ ଥରେ
ନିଅଏ ମାଧବ ମତେ
ସେଇ ସୋରିଷ ଫୁଲର ପଥେ...ଥରେ
ନିଅଏ ମାଧବ ମତେ
ବିଦ୍ୟା ପତି ସିନା ସୋରିଷ ବୁଣିଲା
ସୋରିଷ ଫୁଲତ ମୋ ମନ କିଣିଲା
କୁହ ମୁଁ ବୁଝିବି କେତେ ଥରେ
ନିଅଏ ମାଧବ ମତେ
ସେଇ ସୋରିଷ ଫୁଲର ପଥେ...ଥରେ
ନିଅଏ ମାଧବ ମତେ
ଥରେ ନିଅଏ ମାଧବ ମତେ (୪)
ConversionConversion EmoticonEmoticon