Chha tanka ghodaku loda na tanka dana

 

Chha tanka ghodaku loda na tanka dana Lyrics

Singer : Jyoti Ranjan Shial Lyrics : Er. Suresh Chandra Behera Audio : Sanjay Moharana Music : Muna Mohanty Studiography, Mixing and Mastering : Pk Prashant Music Label : Mac Music Produced by - MAC Global Media Ltd UK


ଛ' ଟଙ୍କା ଘୋଡ଼ାକୁ ଲୋଡା ନ' ଟଙ୍କା ଦାନା


ଛ' ଟଙ୍କା ଘୋଡାକୁ ଲୋଡ଼ା ନ'ଟଙ୍କା ଦାନା
ଛ' ତୁଣ ନ'ଭଜା ବିନା କିଛି ରୁଚେନା
ଛ' ନାରୀ ତିନି ପୁରୁଷକୁ ନେଇ
ଛ' ଦୁଆରମୁହେଁ ଦେଖାଉଛି ଛଇ
ଛ' ପାଦ ନାବରେ ମୋର.... ଛ' ଟି କଣା
ଛ' ଟଙ୍କା ଘୋଡାକୁ ଲୋଡ଼ା ନ'ଟଙ୍କା ଦାନା
ଛ' ତୁଣ ନ'ଭଜା ବିନା କିଛି ରୁଚେନା।।୦।।

ଛ' କଣା ଦେଇ ନାବକୁ ପଶଇ ନୀର
ଛ' ରିପୁ ମିଶି କରନ୍ତି କି ନାରଖାର
ଆ ଆ ଆ...... ଆ ଆ ଆ.......
ଆ ଆ ଆ ଆ...... ଆ ଆ ଆ.....
ଛନକା ପଶେ ଛାତିରେ
ଛଳନା ଛନ୍ଦାଇ  ମାରେ
ଛନ୍ଦା ଚରଣରେ ମୋର ଶେଷ ଠିକଣା....
ଛ' ଟଙ୍କା ଘୋଡାକୁ ଲୋଡ଼ା ନ'ଟଙ୍କା ଦାନା
ଛ' ତୁଣ ନ'ଭଜା ବିନା କିଛି ରୁଚେନା।।୧।।

ଛ' କଡ଼ି ଜାଗା ପାଇଁକି ବିବାଦ କଲି
ଛ' ବାଟି ଜମି ହରାଇ ଭିକାରି ହେଲି
ଆ ଆ ଆ...... ଆ ଆ ଆ.......
ଆ ଆ ଆ ଆ...... ଆ ଆ ଆ.....
ଛପନ ଭୋଗ ତୁମର
ଛ' ଅଇଁଠା ମୋ ଆହାର
ଛ' କାଠେ ଯିବା ଆଗରୁ କର ମାର୍ଜନା....
ଛ' ଟଙ୍କା ଘୋଡାକୁ ଲୋଡ଼ା ନ'ଟଙ୍କା ଦାନା
ଛ' ତୁଣ ନ'ଭଜା ବିନା କିଛି ରୁଚେନା।।୨।।

ଛନ୍ଦା ଚରଣ ହେ.... ହେ....
ଛନ୍ଦା ଚରଣ ହେ.... ହେ....।।





Previous
Next Post »