Mate Singha Duara Ru |ମତେ ସିଂହ ଦୁଆରରୁ ସ୍ୱର୍ଗ ଦ୍ୱାର ଯାଏ |odia Song Lyrics

 

Mate Singha Duara Ru |ମତେ ସିଂହ ଦୁଆରରୁ ସ୍ୱର୍ଗ ଦ୍ୱାର ଯାଏ| Md. Ajiz | Lyrics

Singer Md. Ajiz
Music Prem Anand
Lyrics Panchanana Nayak


ମତେ ସିଂହ ଦୁଆରରୁ ସ୍ୱର୍ଗ ଦ୍ୱାର ଯାଏ (୨)

ବାଟେ ଇ ଦବାକୁ କରେ ଜଣାଣ
ହାଏରେ ମୋ ଚକା ବଦନ......(୨)
ମତେ ଶ୍ରୀ ଗୁଣ୍ଡିଚା ଦିନ ନ ମାରିଲୁ ନାହିଁ
ଦେ ମାରି ହେଲା ପଞ୍ଚମୀ ଦିନ
ହାଏରେ ମୋ ଚକା ବଦନ......(୨)
ଜୀବନ ଖେଳୁଚି ଚକା ଚକା ଖେଳ
ଖେଳଉଚୁ ଘନ ବସିରେ....
ଧରମ ଦାଣ୍ଡରେ କଲା କରମର
ଫଳ ଦଉ କଳା ଶୋଷିରେ
ପବନ ଯାଉଚି ପବନ ଆସୁଚି
କେତେ ବେଳେ ଦବ ଠକିରେ
ଏଇନେ ଚାଲୁଚି ଏଇନେ ଝୁଣ୍ଟିଲେ
କୋକେଇରେ ନେବେ ଟେକିରେ
ମତେ ଦେ ମାରି ମାରି ମତେ ନେ ତାରି ତାରି
ସରି ସରି ଯାଉ ଜଞ୍ଜାଳ ଧନ
ହାଏରେ ମୋ ଚକା ବଦନ......(୨)
ସଂସାର ଗଛର ମୋହ ମାୟା ତାଳେ
ସୁଖ ଦୁଃଖ ଦୁଇଟି ଭାଇରେ
କେବେ କିଏ ଆଗେ କେବେ କିଏ ପଛେ
କପାଳର ଲେଖା ନେଇରେ
ଝରଣା ଝରିଲେ ନଈ ଟିଏ ହେଇ
ମୋହ ଦଧି ଜଳେ ମିଶେରେ
ମୋ ପରି ପାପିଟେ ଭକ୍ତ ହେଇ ତୋର
ଆନନ୍ଦରେ ଖାଲି ହସେଇ
ମୋତେ ନ ମାରିବୁ ଯଦି ରଖିଥିବୁ ଛଳି
କରୁଥିବି ତତେ ନୀତି ଦର୍ଶନ
ହାଏରେ ମୋ ଚକା ବଦନ......(୨)
ମୋତେ ସିଂହ ଦୁଆରରୁ ସ୍ୱର୍ଗ ଦ୍ୱାର ଯାଏ
ବାଟେ ଇ ଦବାକୁ କରେ ଜଣାଣ
ହାଏରେ ମୋ ଚକା ବଦନ......(୨)
ମତେ ଶ୍ରୀ ଗୁଣ୍ଡିଚା ଦିନ ନ ମାରିଲୁ ନାହିଁ
ଦେ ମାରି ହେଲା ପଞ୍ଚମୀ ଦିନ
ହାଏରେ ମୋ ଚକା ବଦନ......(3)

Previous
Next Post »