To Akhi Mo Aaina।ତୋ ଆଖି ମୋ ଆଇନା - Swayam Padhi, Aseema Panda Lyrics
| Singer | Swayam Padhi, Aseema Panda |
| Film | Super Boy |
| Music | Baidyanath Dash |
| Lyrics | Arun Mantri |
ତୋ ଆଖି ମୋ ଆଇନା
ତତେ ଛାଡ଼ିରେ ଆଉ କାହାକୁ ଭାବି
ମୁଁ ପାରେନା...
ଦିନେ ତୋ ସାଥେ ଦେଖା ନହେଲେ ଏମନ
ମାନେନା... (ପୁ)
ତତେ ଛାଡ଼ିରେ ଆଉ କାହାକୁ ଭାବି
ମୁଁ ପାରେନା...
ଦିନେ ତୋ ସାଥେ ଦେଖା ନହେଲେ ଏମନ
ମାନେନା... (ଝି)
ଏତେ ଭଲ ହେଲୁ କାହିଁ ଭୁଲିପାରେନା
ତୋ ଆଖି ମୋ ଆଇନା... (୩)(ପୁ)
ତୋ ଆଖି ମୋ ଆଇନା... (୩)(ଝି)
ସୁନା ଝରା ଖରା ପରି ଦିଶେ ତୋ ଚେହେରା
ନିଆରା ଠାରୁ ଲାଗେ ବେଶୀ ନିଆରା
ତୋ ପାଖରେ ବାଟ ମୋର ଅଧୁରା (ପୁ)
ଭଲ ଲାଗେ ମୋତେ ତୋର ଦୁଷ୍ଟାମୀ
ଇସାରା (ଝି)
ଇସାରାରେ ପ୍ରେମ ତୋର ଅସରା ତୋ
ବିନା ମୋ ଦିନ ରାତି ଅଧୁରା
ତତେ ଛାଡ଼ିରେ ଆଉ କାହାକୁ ଚିହ୍ନିତ
ପାରେନା...
ଦିନେ ତୋ ସାଥେ କଥା ନହେଲେ ଏମନ
ବୁଝେନା... (ପୁ)
ଏତେ ସ୍ୱପ୍ନ ଦେଲୁ କାହିଁ ଦେଖା
ସରେନା (ପୁ)
ତୋ ଆଖି ମୋ ଆଇନା... (୩)(ଝି)
ତୋ ଆଖି ମୋ ଆଇନା... (୩)(ପୁ)
ତୋ ଆଖିରେ ଯେତେଥର ନିଜକୁ ଦେଖୁଛି
(ଝି)
ମୋତେ ନୁହେଁ ତତେ ଖାଲି ପାଇଛି
ତତେ ପାଇଁ ସବୁ ପାଇଁ ଯାଇଛି
ତୋ ଚାହାଣୀ ମୋତେ ଟାଣି ତୋ ପାଖେ
ଆଣିଛି (ପୁ)
ଫେରି ଆଉ ପାରିବିନି ଜାଣିଛି ଫେରା
ବାଟେ ତିନି ଗାର ଟାଣିଛି
ତତେ ଛାଡ଼ିରେଗୋଟେ ଗାର ମୁଁ ଡେଇଁ
ବି ପାରେନା (ଝି)
ଦିନେ ତୋ ସାଥେ କଥା ନହେଲେ ରହି
ମୁଁ ପାରେନା...
ହଁ ଏତେ ରଙ୍ଗ ଦେଲୁ କାହିଁ ଧୁଇଲେ
ଛାଡେନା (ଝି)
ତୋ ଆଖି ମୋ ଆଇନା... (୩)(ପୁ)
ତୋ
ଆଖି ମୋ ଆଇନା... (୩)(ଝି)

ConversionConversion EmoticonEmoticon