ଯେବେଠୁଁ ଚାହିଁଲି ତତେ ପ୍ରଥମ ଥର |Phaguna re Phaguna- Humane Sagar,Jyotirmayee Lyrics
| Singer | Humane Sagar,Jyotirmayee |
| Song | Phaguna Re Phaguna |
| Music | Japani Bhai |
| Lyrics | Subrat Swain |
ଫଗୁଣରେ ଫଗୁଣ ଦେଇ
ଜାରେ ସିନ୍ଦୁର
ଯେବେଠୁଁ ଚାହିଁଲି ତତେ ପ୍ରଥମ
ଥର
ହୃଦୟରେ ମୋର ସ୍ପନ୍ଦନ ତୋର (ପୁ)
ଯେବେଠୁଁ ପାଇଲି ତତେ ପାଖରେ ମୋର
ପାଲକରେ ମୋର ଚେହେରା ତୋର (ଝି)
ପାଦ ଖୁଜେ ପାଦ ତୋର
ହାତ ଖୁଜେ ହାତ ତୋର(ପୁ)
ମନ ଖୁଜେ ମନ ତୋର
ଆଖି ଖୁଜେ ସପ୍ନ ତୋର (ଝି)
ମୁଁ ଖାଲି ତୋପରି ବାସେ ଏଥର (ପୁ)
ଫଗୁଣରେ ଫଗୁଣ ମୁଁ ଦେଇଛି ସିନ୍ଦୁର
ଫୁଲରେ ସଜେଇ ତାକୁ ତୁ କରିଦେ ସୁନ୍ଦର
(ପୁ)
ଫଗୁଣରେ ଫଗୁଣ ଦେଇ ଜାରେ ସିନ୍ଦୁର
ଫୁଲରେ ସଜେଇ ମୋତେ ତୁ କରିଦେ ସୁନ୍ଦର
(ଝି)
ଯିଏ ନୀତି ଜାଳେ ସଞ୍ଜବତୀ ଧାରେ
ସେ ସୁଖୁମାରି ତୁ ହିଁ ତୁ (ପୁ)
ସୁରଭି ସୁରଭି ସବୁ ସକାଳରେ
ତତେ ଭଲ ପାଏ ମୁଁ ହିଁ ମୁଁ (ଝି)
ଦିନ ଖୁଜେ ଛାଇ ତୋର
ରାତି ଖୁଜେ ସାଥି ତୋର (ପୁ)
ଫୁଲ ଖୁଜେ ରଙ୍ଗ ତୋର
ମୁଁ ଖୁଜେ ସାଙ୍ଗ ତୋର (ଝି)
ମୁଁ ଖାଲି ତୋ ପରି ବାସେ ଏଥର
(ପୁ)
ଫଗୁଣରେ ଫଗୁଣ ମୁଁ ଦେଇଛି ସିନ୍ଦୁର
ଫୁଲରେ ସଜେଇ ତାକୁ ତୁ କରିଦେ ସୁନ୍ଦର
(ପୁ)
ଫଗୁଣରେ ଫଗୁଣ ଦେଇ ଜାରେ ସିନ୍ଦୁର
ଫୁଲରେ ସଜେଇ ମୋତେ ତୁ କରିଦେ ସୁନ୍ଦର
(ଝି)
ଯିଏ ନୀତି ବୁଲେ ପ୍ରଜାପତି ପରି
ସିଏ ଫୁଲ ମୋତ ମୁଁ ହିଁ ମୁଁ (ଝି)
ପହିଲି ଫୁଲ ତୋରି ପାଖରେ
ଅଟକି ଯାଉଛି ମୁଁ ହିଁ ମୁଁ (ପୁ)
ଓଠ ଖୁଜେ ନାଆଁ ତୋର
ପାଦ ଖୁଜେ ଗାଆଁ ତୋର (ଝି)
ଗପ ଖୁଜେ କଥା ତୋର
ଗୀତ ଖୁଜେ ସ୍ୱର ତୋର (ପୁ)
ମୁଁ ଖାଲି ତୋ ପରି ବାସେ ଏଥର
(ଝି)
ଫଗୁଣରେ ଫଗୁଣ ଦେଇ ଜାରେ ସିନ୍ଦୁର
ଫୁଲରେ ସଜେଇ ମୋତେ ତୁ କରିଦେ ସୁନ୍ଦର
(ଝି)
ଫଗୁଣରେ ଫଗୁଣ ମୁଁ ଦେଇଛି ସିନ୍ଦୁର
ଫୁଲରେ
ସଜେଇ ତାକୁ ତୁ କରିଦେ ସୁନ୍ଦର (ପୁ)

ConversionConversion EmoticonEmoticon