ଉରେ ମେହେରୁବା |O Re Mehruban -Swayam Padhi, Sohini Mishra |Odia song Lyrics,

ଉରେ ମେହେରୁବା |O Re Mehruban -Swayam Padhi, Sohini Mishra Lyrics

Singer Swayam Padhi, Sohini Mishra
Music Director Abhijit Majumdar
Produced By Naveen Bhandari
Lyricist Dr Nirmal Nayak

                                                                      ଉରେ ମେହେରୁବା

ଏ ଆଖିସାରା ତୋ ଚେହେରା

ତୋ ରୁପ ମେଘ ପୁଆରା

ତୁ ମୋ ମଂଜିଲ  ତୁ କିନାରା

ଉରେ ମେହେରୁବା (୨)(ପୁ)

ତୋ ନରେ ଦିନ ହୁଅ

ତୋ ନାରେ ରାତି ପାହେ

ତୋ ପ୍ରେମର ଛିଟା ମ ମନସାରା

ଆ...ଆ...ଆ...

ମୋତେ ମାରିଦେଲା ତୋ ଇସାରା

ମହୁ ଝରେ ବାଟସାରା

ତୁ ମୋ ମଂଜିଲ ତୁ କିନାରା

ମୁ ତ ମେହେରୁବା (ଝି)

ଉରେ ମେହେରୁବା (ପୁ)

ହାଏ ତୋର ନିରୀହ ଚାହେଣି

ତୋର ସେହି ମିଠା ଚଗଲାମୀ

ଶିଖେଇଲା ମତେ ଆଜି ପ୍ରେମ ପାଗଳାମି (ପୁ)

ହ ଧୀରେ ଧୀରେ ତୋ ପାଗଳମନ

ଚିରି ଦେଲା ମୋର ଏ ସ୍ପନ୍ଦନ

ସୁନେହେରା କରିଦେଲା

ମୋର ରାତି ଦିନ (ଝି)

ଧିମା ଧିମା ଧଡକନ୍ ଥିଲା

ତତେ ପାଇଁ ବଢିଗଲା

ଗାଏ ପ୍ରେମର ପୂରବୀ ରାତିସାରା

ହା...ହା..(ପୁ)

ଏ ଜୀବନ ଥିଲା ଅଧୁରା

ରଙ୍ଗ ଦେଲୁ ଓ ନିଆରା

ତୁ ମୋ ମଂଜିଲ  ତୁ କିନାରା

ମୁ ତ ମେହେରୁବା (ଝି)

ଉରେ ମେହେରୁବା...(ପୁ)

ଯେଉଁ କଥା ସପନରେ ଆସି

କହୁଥିଲୁ ଏହି ମନେ ମନେ

ସେଇକଥା କହିବୁନି ଆଉ କାହା କାନେ (ଝି)

ହ ତୋ ବିନା ଆଉ ଏ ଜୀବନେ

କାହାକଥା ପାରିବି ଭାବି

ତୋ ହୃଦୟ ମୋ ପାଇଁ କି

ପ୍ରେମର ପୃଥିବୀ (ପୁ)

ପଲକର ପରଦାରେ ତତେ ଆଙ୍କି ଦେଲା ପରେ

ଏ ମନ ମୋ ଲାଗୁଛି ଭରା ଭରା

ଆ...ଆ...(ଝି)

ଥିଲି ମୁଁ ବଂଜାରା ମୁଁ ଆୱାରା

ପାଇଁ ଗଲି ତୋ ସାହାରା

ତୁ ମୋ ମଂଜିଲ ତୁ କିନାରା

ମୁ ତ ମେହେରୁବା (ପୁ (୨)

ଉରେ ମେହେରୁବା...(ଝି)(୨)

                                                                   

Previous
Next Post »