Nadi Re Nadi Kahare Nadi|ନଦୀରେ ନଦୀ କହରେ ନଦୀ - Babul Supriyo Lyrics
| Singer | Babul Supriyo |
| Album | Suna Pharua |
| Music | Krushna Chandra |
| Lyrics | Arun Mantri |
ନଦୀରେ ନଦୀ କହରେ
ନଦୀ
ନଦୀରେ ନଦୀ କହରେ ନଦୀ (୨)
ତୁଠ ତୋର କିଏ କଲା ଏତେ ହଳଦୀ...
(୨)
କିଏ ସେ ଯାଇଛି ତା ଦେହ ପଖାଳି
(୨)
କହ ତା ଠିକଣା ମତେ ଜାଣିଚୁ ଯଦି
ନଦୀରେ ନଦୀ କହରେ ନଦୀ
ନଦୀରେ ତ ପାଣି କାଇଁ ଅତର ଅତର
ବାସେ
ସେ ପାଣିରେ କହ ଆଜି କାହାର ଓଢଣୀ
ଭାସେ
ନଦୀରେ ତ ପାଣି କାଇଁ ଅତର ଅତର
ବାସେ
ସେ ପାଣିରେ କହ ଆଜି କାହାର ଓଢଣୀ
ଭାସେ
କିଏ ସେ ଯାଇଛି ତା ଓଢଣୀ ଭୁଲି
(୨)
ସେଇ ଓଢଣୀରେ ହୁଏ ମୋ ମନ ଛନ୍ଦି
ନଦୀରେ ନଦୀ କହରେ ନଦୀ....
ତୁଠ ପଥରରେ ପାଦ କିଏସେ ଫେରିଛି
ଘଷି
ପଥର ଫାଙ୍କରେ ପଟେ ପାଉଜି ପଡ଼ିଛି
ଖସି
ତୁଠ ପଥରରେ ପାଦ କିଏସେ ଫେରିଛି
ଘଷି
ପଥର ଫାଙ୍କରେ ପଟେ ପାଉଁଜି ପଡ଼ିଛି
ଖସି
କିଏସେ ଯାଇଛି ପାଉଜି ହଜେଇ (୨)
ପଟିଏ ପାଦରେ ପୁଣି ପଟିଏ ପିନ୍ଦି...
ନଦୀରେ ନଦୀ କହରେ ନଦୀ (୨)
ତୁଠ ତୋର କିଏ କଲା ଏତେ ହଳଦୀ
(୨)
କିଏ ସେ ଯାଇଛି ତା ଦେହ ପଖାଳି
(୨)
କହ ତା ଠିକଣା ମତେ ଜାଣିଚୁ ଯଦି...
ନଦୀରେ
ନଦୀ କହରେ ନଦୀ ...(୨)

ConversionConversion EmoticonEmoticon