ତୋ ମଥାରେ ଟିକିଲି | TO MATHAARA TIKILI | Romantic Song| Md. Ajiz Lyrics
| Singer | Md. Ajiz |
| Album | Alpa Alpa Katha |
| Music | Sarat Nayak |
| Lyrics | Arun Mantri |
ତୋ ମଥାରେ ଟିକିଲି ଭଲ ଲାଗୁନି
ମୁଁ ସିନ୍ଦୁର ଆଣିଛି କିଣି
ତୋ ଖାଲି ପାଦ ଚାଲି ଭଲ ଲାଗୁନି
ମୁଁ ଅଳତା ଆଣିଛି କିଣି [୨]
ଗୋରା ମୁହଁତୁ ଦେଖିବୁ ବୁଲି ସାରା
ସହର ବଜାର ବୋଲି [୨]
ମୋ ଆଇନା ଆଣିଛି କିଣି [୨]
ତୋ ମଥାରେ ଟିକିଲି ଭଲ ଲାଗୁନି ମୁଁ
ସିନ୍ଦୁର ଆଣିଛି କିଣି
ତୋ ଖାଲି ପାଦ ଚାଲି ଭଲ ଲାଗୁନି
ମୁଁ ଅଳତା ଆଣିଛି କିଣି….
ଏମିତି ସଜେଇ ହବୁଲ ସଜନୀ
ଜହ୍ନ ବି ଲାଜେଇ ଯିବ
ତତେ ଦେଖିଦେଲେ ଫୁଲ ଫଗୁଣତା ଟିକଣା
ହଜେଇ ଦବ
ହୋ ଏମିତି ସଜେଇ ହବୁଲ ସଜନୀ
ଜହ୍ନ ବି ଲାଜେଇ ଯିବ
ତତେ ଦେଖିଦେଲେ ଫୁଲ ଫଗୁଣତା ଟିକଣା
ହଜେଇ ଦବ
ଆଜି ଗଭା ତୁ ବାନ୍ଧିବୁ ବୋଲି
ସାରା ନନ୍ଦନ ବନରେ ବୋଲି [୨]
ମୁଁ ଗଜରା ଆଣିଛି କିଣି [୨]
ତୋ ମଥାରେ ଟିକିଲିଭଲ ଲାଗୁନି
ମୁଁ ସିନ୍ଦୁର ଆଣିଛି କିଣି
ତୋ ଖାଲି ପାଦ ଚାଲି ଭଲ ଲାଗୁନି
ମୁଁ ଅଳତା ଆଣିଛି କିଣି
ହାତରେ ପିନ୍ଦିବୁ ସୁନାର କଙ୍କଣ
ଦେହର ପାଟର ଶାଢ଼ୀ
ଆଖିରେ ମାଖିବୁ କଜଳ ଆଣିଛି
କାନକୁ ଝୁମୁକା ଯୋଡି
ହୋ ହାତରେ ପିନ୍ଦିବୁ ସୁନାର କଙ୍କଣ
ଦେହର ପାଟର ଶାଢ଼ୀ
ଆଖିରେ ମାଖିବୁ କଜଳ ଆଣିଛି
କାନକୁ ଝୁମୁକା ଯୋଡି
ଟିକେ ମହକି ବସିବୁ ବୋଲି
ପ୍ରେମ କୁହୁକ ନଗରେ ବୋଲି [୨]
ମୁଁ ଅତର ଆଣିଛି କିଣି [୨]
ତୋ ମଥାରେ ଟିକିଲି ଭଲ ଲାଗୁନି
ମୁଁ ସିନ୍ଦୁର ଆଣିଛି କିଣି
ତୋ ଖାଲି ପାଦ ଚାଲି ଭଲ ଲାଗୁନି
ମୁଁ ଅଳତା ଆଣିଛି କିଣି
ଗୋରା ମୁହଁତୁ ଦେଖିବୁ ବୁଲି ସାରା
ସହର ବଜାର ବୋଲି
ମୋ ଆଇନା ଆଣିଛି କିଣି [୨]
ମୁଁ ସିନ୍ଦୁର ଆଣିଛି କିଣି
ମୁଁ ଗଜରା ଆଣିଛି କିଣି
ମୁଁ
ଅତର ଆଣିଛି…କିଣି…

ConversionConversion EmoticonEmoticon