ଡେଉଁଚି ମୋ ବାଁ ଆଖି | Deunchi Mo Baan Akhi | Superhit Album Song | Naina das ,Prakruti

ଡେଉଁଚି ମୋ ବାଁ ଆଖି | Deunchi Mo Baan Akhi | Naina das ,Prakruti - Namita Agrawal Lyrics

Singer Namita Agrawal
Music Label Sidharth Music
Music Santiraj Khosla
Lyrics Nizam

ଡେଉଁଛି ମୋ ବାଁ ଆଖି

ଡେଉଁଛି ମୋ ବାଁ ଆଖି.... ଆଜି କିଏ ଆସିବକି [୨]

ସକାଳୁ ସକାଳୁ କୁହ କିଆଁ କାଉ ରାବେ କା କା କା

କାଉ ରାବେ କା କା କା......

ମୁଠାଏ ଚାଉଳ ନେଇ......ଅଗଣାରେ ଦେଲି ଥୋଇ.....[୨]

କହିଲି ଖାଇବୁ ଯଦି ଖା ନହେଲେ ତୁ ଯା ଯା ଯା..

ନହେଲେ ତୁ ଯା ଯା ଯା..

ମଥାନ ଛୁଇଁ ଖରା ପଡିଲା

ଚାହିଁଲି ମୁଁ ଝରକାରେ

ଭାବିଲି ମନେ ସେ ନ ଆସୁ

ଚିଠି ତାର ଆସି ପାରେ

ମଥାନ ଛୁଇଁ ଖରା ପଡିଲା

ଚାହିଁଲି ମୁଁ ଝରକାରେ

ଭାବିଲି ମନେ ସେ ନ ଆସୁ

ଚିଠି ତାର ଆସି ପାରେ

ଡାକ ଵାଲା ଡାକ ଦେଲା.....

ଛନ ଛନ ମନ ହେଲା..... [୨]

କହରେ ଚିଠି ଆସିଚି କି ନା

କହିଲା ସେ ନା ନା ନା...[୨]

ମନକୁ ମାରି ବସିଲି ଯାଇ ଗାଁ ଆମ୍ବ ତୋଟା ମାଳେ...

ବଉଳ ଆସି କହିଲା କାନେ ଆସିଛନ୍ତି ସିଏ କାଳେ...

ମନକୁ ମାରି ବସିଲି ଯାଇ ଗାଁ ଆମ୍ବ ତୋଟା ମାଳେ...

ବଉଳ ଆସି କହିଲା କାନେ ଆସିଛନ୍ତି ସିଏ କାଳେ....

ମନ ହେଲା ଧକ ଧକ  ସତ ହେଲା କାଉ ଡାକ [୨]

ରାବୁପଛେ ସିଏ ଯେତେ କା କା କହିବିନି ଯା ଯା ଯା

କହିବିନି ଯା ଯା ଯା

ଡେଉଁଛି ମୋ ବାଁ ଆଖି.... ଆଜି କିଏ ଆସିବକି [୨]

ସକାଳୁ ସକାଳୁ କୁହ କିଆଁ କାଉ ରାବେ କା କା କା

କାଉ ରାବେ କା କା କା......

ମୁଠାଏ ଚାଉଳ ନେଇ......ଅଗଣାରେ ଦେଲି ଥୋଇ.....[୨]

କହିଲି ଖାଇବୁ ଯଦି ଖା.... ନହେଲେ ତୁ ଯା ଯା ଯା..

ନହେଲେ ତୁ ଯା ଯା ଯା..[୨]

ଲା ଲା ଲା ....ଲା ଲା.....

ଲା ଲା ଲା.....ଲା ଲା...


Previous
Next Post »