ସୋରିଷ ଫୁଲର ହଳଦିଆ କ୍ଷେତ | SORISA PHULARA HALADIA KHETA - Namita Agrawal

ସୋରିଷ ଫୁଲର ହଳଦିଆ କ୍ଷେତ | SORISA PHULARA HALADIA KHETA - Namita Agrawal Lyrics

Singer Namita Agrawal
Album: Haladi Basanta
Music Santiraj Khosala
Lyrics Nizam


ସୋରିଷ ଫୁଲର ହଳଦିଆ

ସୋରିଷ ଫୁଲର ହଳଦିଆ କ୍ଷେତ କ୍ଷେତ ଧାରେ ଧାରେ ଗାଉଥିଲି ଗୀତ..

ମୋର ହଳଦୀ ରଙ୍ଗ ଓଢଣୀ ପୁଣି ହଳଦୀ ମଖା ଦେହ

ସେ ଭାବିଲା ଝିଅ ନୁହେ ମୁଁ ଏକ ହଳଦୀ ବସନ୍ତ

ସୋରିଷ ଫୁଲର ହଳଦିଆ କ୍ଷେତ କ୍ଷେତ ଧାରେ ଧାରେ..ଗାଉଥିଲି ଗୀତ...

ହାଏରେ..ଏମିତି କାହିଁ ସେ ଚାହେରେ..

ମନରେ କିଛି କିଛି ହୁଏରେ...

ଜାଣେନା..କାହିଁ ମୋ ମନ ଝୁମି ଯାଏରେ...

କାହିଁ ମୋ ଛାଇ ପଛେ ଧାଁଏରେ...

ତାର ହସିବା ତାର ଚାହିଁବା ତଳେ ମନରେ ସଙ୍ଗୀତ

ଲାଗେ ଏମିତି ସତେ ଯେମିତି ଫେରି ଆସିଛି ବନସ୍ତ

ସୋରିଷ ଫୁଲର ହଳଦିଆ କ୍ଷେତ କ୍ଷେତ ଧାରେ ଧାରେ..ଗାଉଥିଲି ଗୀତ...

କିଏରେ ଛୁଆଁଇ ଦେଲା ପ୍ରୀତି କାଉଁରୀ....

ମଳୟ ଖେଳେ ଚକା ଭଉଁରୀ...

ମୟୂରୀ କହେରେ ମୋ ମନର ମୟୂରୀ..

ଆସିଛି ପରଦେଶୀ ଶିକାରୀ...

ମର ଆଖିରେ ଆଖି ମିଶାଇ

ସର ମାଢି ବସି ସିଏତ

ମନ ଦରଜ ନୁହେଁ ସହଜ କିଏ ସହିବ କହତ

ସୋରିଷ ଫୁଲର ହଳଦିଆ କ୍ଷେତ କ୍ଷେତ ଧାରେ ଧାରେ ଗାଉଥିଲି ଗୀତ

ମୋର ହଳଦୀ ରଙ୍ଗ ଓଢଣୀ ପୁଣି ହଳଦୀ ମଖା ଦେହ

ସେ ଭାବିଲା ଝିଅ ନୁହେ ମୁଁ ଏକ ହଳଦୀ ବସନ୍ତ

ସୋରିଷ ଫୁଲର ହଳଦିଆ କ୍ଷେତ 

କ୍ଷେତ ଧାରେ ଧାରେ ଗାଉଥିଲି ଗୀତ...[୨]



Previous
Next Post »