ନିଦ ମାଉସୀ ଦେ ଆଉଁସି |Nida mausi de aunsi - Kavita Krishnamurthy Lyrics
| Singer | Kavita Krishnamurthy |
| Movie | Pua Mora Kala Thakura |
ନିଦ ମାଉସୀ ଦେ ଆଉଁସି
ନିଦ ମାଉସୀ ଦେ ଆଉଁସି ଜଗନ ଆଖି
ତୋର [୨]
ଚାହିଁ ଚାହିଁ ମୋ ଜୀବନ ଯାଉ ଚକା
ଆଖି କୁ ତୋର [୨]
ନିଦ ମାଉସୀ ଦେ ଆଉଁସି [୪]
ତତେ ମୋ ପାଇଁ କାଳିଆ ସୁନା ଭୁଲିଚି
ସବୁ ଦୁଃଖ ଯାତନା [୨]
କେମିତି ଧନ କହିବି ତୋତେ ମା ମନରେ
ଦରଦ କେତେ
ନିଜଠୁ ବଳି ନିଜର ଆଜି ତୁହିତ ଏକା
ମୋର [୨]
ତୋହରି ହସ ତୋହରି ଖୁସି ମୋର ସରଗ
ପୁର [୨]
ହସ ତୋହର ଖୁସି ମୋହର.....[୨]
ଆଖି ଆଗରୁ ଦୁରେଇ...ଗଲେ
ମୋ ଧନ ମଣି ଡ଼ରିବୁ କାଳେ [୨]
ପାଖରୁ ଜମା ଛାଡ଼ିବି ନାହିଁ...
କାନିରେ ବାନ୍ଧି ରଖିବି ମୋହି
ତୋ ପାଇଁ ଗଲେ ଜୀବନ ଯାଉ
ନାହିଁ ମୋ ଟିକେ ଡର..... [୨]
ଖାଲି ତୁ ନୁହେ ଜୀବନ ଧନ କଳା ଠାକୁର
ମୋର [୨]
କଳା ଠାକୁର ପୁଅ ମୋହର.....[୪]
କହ୍ନେଇ ପରି ସଜେଇ ଦେବୀ
ପାଟ ପତନି ପିନ୍ଦେଇ ଦେବୀ [୨]
ତୁ ମନ ଜାଣି ଖୁଏଇ ଦେବୀ
କୋଳେ ଝୁଲେଇ ଶୋଏଇ ଦେବୀ
ବଡ ଦାଣ୍ଡରେ କହି ବୁ ନୀତି କାଳିଆ
ପୁଅ ମୋର....[୨]
ଜଗତ ଲାଗି ଖୁଲୀ ଦେଇଚି ସିଂଘ ଦୁଆର
ତୋର [୨]
କଳା ଠାକୁର ପୁଅ ମୋହର.....[୪]
ଯଶୋଦା ସିନା ନଦେଇ ଗାଳି
ରଖନ୍ତି ସଦା କହ୍ନେଇ ଅଳି...[୨]
ହେଲେତୁ ଯଦି ଜଗତ ନାଥ
କେତେ ବିଧାନ ଧରି ମୁଁ ଛାତ
ଶେଷଜୀବନ ଏତିକି ଆଶା ଶୁଣିଥା ଧନ
ମୋର [୨]
ସିଂଘ ଦୁଆର ସରଗ କାନ୍ଧରେ ନବୁ
ତୋର [୨]
କଳା ଠାକୁର ପୁଅ ମୋହର.....[୪]

ConversionConversion EmoticonEmoticon