Kahuchi Mo Matha Sindura | କହୁଛି ମୋ ମଥା ସିନ୍ଦୁର | Babul Supriyo , Sailabhama Mohapatra |Odia song Lyrics

Kahuchi Mo Matha Sindura | କହୁଛି ମୋ ମଥା ସିନ୍ଦୁର - Babul Supriyo , Sailabhama Mohapatra Lyrics

Singer Babul Supriyo , Sailabhama Mohapatra
Movie Movie : Santana
Music Malaya Mishra
Cast Sidhanta & Rachana

କହୁଛି ମୋ  ମଥା ସିନ୍ଦୁର

(ଝି) କହୁଛି ମୋ  ମଥା ସିନ୍ଦୁର

ତମେ ମୋର ମୁଁ ତୁମର

ନା ତମେ ଭୁଲିବ ନା ମୁଁ ଭୁଲିଚି (୨)

ଆମ ବନ୍ଧନ ସାତ ଜନ୍ମର

(ପୁ) ଦୁନିଆକୁ ନାହିଁ ଡର

ତମେ ମୋର ମୁଁ ତୁମର

ନା ତମେ ଡେଇଁବ ନା ମୁଁ ଡେଇବି (୨)

ଭଲ ପାଇବାର ଲକ୍ଷ୍ମଣ ଗାର

(ଝି) କହୁଛି ମୋ ମଥା ସିନ୍ଦୁର

ତମେ ମୋର ମୁଁ ତୁମର

ଏ ଜୀବନ ଯୌବନ କେଇ ଦିନର

କିଏ ଜାଣେ କେତେ ଦୂର ବାଟ ଆମର

(ପୁ) ହୋ ହେଇପାରେ ଗଳ୍ପ ଆମ ଅଳ୍ପଦିନର

ହେଇପାରେ ହସଲୁହ ଅଳ୍ପଦିନର

ହେଲେ ଅଳ୍ପ ନୁହେଁ ଆମ ପ୍ରେମ

ଅଳ୍ପ ନୁହେଁ ଅନୁଭବ ଆମ

ଆମ ପ୍ରେମ ସୀମାହୀନ ନୀଳସାଗର

(ଝି) କାହା କଥାକୁ ନାହିଁ ନଜର

ତମେ ମୋର ମୁଁ ତୁମର

ନା ତମେ ଭାଙ୍ଗିବ ନା ମୁଁ ଭାଙ୍ଗିବି (୨)

ଆମ ଶପଥ ଜନ୍ମ ଜନ୍ମର

କହୁଛି ମୋ ମଥା ସିନ୍ଦୁର

ତମେ ମୋର ମୁଁ ତୁମର...

(ପୁ) ନିଦ ଭରା ସପ୍ନ ଭରା ଭିଗାନୟନ

ଦେଖାଏ ସେ ରଙ୍ଗଭରା କେତେ ସପନ

(ଝି) ଛୋଟ ଛୋଟ କଥା କେତେ ଭାଙ୍ଗେ ସପନ

କିଛି ପ୍ରେମ କିଛି ସ୍ନେହ ଚାହେଁ ଏ ମନ

ମୁଁ  ଉର୍ମି ତମେ  ମୋ ସାଗର

ମୁଁ ଖୋଜୁଛି ସୀମା ତୁମର

ଉର୍ମି ରୁଷା ମୋର କିଏ କରିବ ଦୂର

(ପୁ)

କିଏ ରୋକିବ ବାଟ ଆମର

ତୁମେ ମୋର ମୁଁ ତୁମର

ନା ତୁମେ କାନ୍ଦିବ ନା ମୁଁ କାନ୍ଦିବି (୨)

ହସି ହସି କଟି ଯିବ ଦିନ ଆମର

(ଝି) କହୁଛି ମୋ ମଥା ସିନ୍ଦୁର

ତମେ ମୋର ମୁଁ ତୁମର...

(ପୁ) ଦୁନିଆକୁ ନାହିଁ ଡର

ତମେ ମୋର ମୁଁ ତୁମର

                                                                     


Previous
Next Post »