Karuchhi Daini Jagata Janani | Durga Bhajana Lyrics
Song : Karuchhi Daini
Singer : Manashwee Mishra
Lyrics : Er. Suresh Chandra Beheraକରୁଛି ଦଇନି ଜଗତ ଜନନୀ
ଦୁର୍ଗତି ନାଶିନୀ ସାଜି
ମରତ ଭୂଇଁରେ ବିଜେ କର ଥରେ
ଶୁଭ ଶଙ୍ଖ ଉଠୁ ବାଜି।।୦।।
ତୁମ ଆଗମନେ ଏ ସାରା ଭୁବନେ
ସୁଖ ଶାନ୍ତି ଯିବ ଭରି
ମହିଷା - ଦାନବ ସଂତ୍ରାସ କବଳୁ
ଜୀବକୁଳ ଯିବେ ତରି,
ଶୁଣି ତବ ହାସ ଦୁଷ୍ଟ ଯିବେ ନାଶ
ପଶୁବଳ ଯିବ ଭାଜି... ପଶୁବଳ ଯିବ ଭାଜି
କରୁଛି ଦଇନି... ... ।।୧।।
ବିମଳା ମଙ୍ଗଳା ହିଙ୍ଗୁଳା ଶାରଳା
ଭଗବତୀ ସମଲେଇ
ବିରଜା ଚର୍ଚ୍ଚିକା ରୂପେ ଅପରୂପା
ବିରାଜ ମା' ତୋଷ ହୋଇ,
ଦି' ଟୋପା ଲୁହରେ ଧୋଇ ଦେଇ ପାଦ
ଆନନ୍ଦରେ ଯିବି ମଜ୍ଜି ... ...ଆନନ୍ଦରେ ଯିବି ମଜ୍ଜି
କରୁଛି ଦଇନି... ... ।।୨।।
ConversionConversion EmoticonEmoticon