Aji Kahneira mana chhana chhana | New Krushna Bhajana | Smruti Sandipta | Suresh Ch Behera

 

Aji Kahneira mana chhana chhana Lyrics

Song : Aji Kahneira mana chhana chhana Singer : Smruti Sandipta Mohapatra Lyrics : Er. Suresh Chandra Behera


                    Aji Kahneira mana chhana chhana

ଗା-ରେ-ଗା-ରେ... ସା-ଗା-ରେ-ନି-ସା
ରେ-ସା-ରେ-ସା... ନି-ରେ-ପା-ଧା-ନି
ସା-ନି-ସା-ନି... ଧା-ସା ନି-ପା-ଧା
ପା-ଧା-ନି-ସା... ପା-ମା-ଗା-ମା-ପା....
ଆଆଆ... ଆଆଆ... ଆଆଆ... ଆଆଆ...
ସେ ମଲ୍ଲୀ-ମାଳତି/ସେ ରତି-ଆରତି
ସେ ବିରହ-ତାତି| ସେ ନୀତି-ନିୟତି...
ସେ ମନ-ମୋହନ/ସେ କୁଞ୍ଜ-କାନନ
ସେ କଷି-ଯୌବନ/ସେ କୁଆଁରୀ-ମନ...
ସେ କଜଳ-ଆକ୍ଷି/ସେ ନିରବ-ସାକ୍ଷୀ
ସେ ଅଭୁଲା-ସ୍ମୃତି/ସେ ପ୍ରେମ-ମୂରତି....
କହ୍ନେଇର ମନ ଛନଛନ

ତିନାକ୍-ତିନାକ୍-ତିନ୍... ଧୂନାକ୍-ଧୂନାକ୍-ଧୂନ୍
ତିନ୍-ନାନା-ନାନାନା... ଧୂନ୍-ନାନା-ନାନାନା...ନା।
ବାସି ମାଳ ଫିକା ଚନ୍ଦନ ଚିତା
ଝାଉଁଳିଛି ତନୁ ଲାଜକୁଳୀ ଲତା
ସତେକି କହ୍ନେଇ ହରେଇବ ଚେତା
କି କିମିଆ କଲା ବୃଷଭାନୁ ସୁତା
ହେ ରାଧା ହେ ଶ୍ୟାମ ଧନ୍ୟ ତୁମ ପ୍ରେମ
ଆଜି କହ୍ନେଇ...
ଆଜି କହ୍ନେଇ ର ମନ ଛନ ଛନ
ରାଈ କିଶୋରୀ କରି ଅଛି ମାନ
ଶୁଭୁ ନାହିଁ ତା'...
ଶୁଭୁ ନାହିଁ ତା' ବଇଶୀ ର ସ୍ବନ
ଶୁଖୁ ଯାଇଛି ଆଜି କାହ୍ନୁ ବଦନ
ହୋଇ ଆନମନା ଭାଳଇ ଯମୁନା
ରାହୁ ଗ୍ରାସିଲା କି ସତେ ପୂନେଇ ଜହ୍ନ
ଆଜି କହ୍ନେଇ ର ମନ ଛନ ଛନ...।।୦।।
ଲଳିତା ବିଶାଖା ଚିତ୍ରା ଚନ୍ଦ୍ରାବଳୀ
କାହାଠାରେ କାହ୍ନୁ ଯାଉନାହିଁ ଭଳି
ମଲ୍ଲୀ ମୁଚୁକୁନ୍ଦ କଦମ୍ବ ନିଆଳି
କାହିଁ ରସେ ନାହିଁ ତା' ମନର ଅଳି (* ଅଳି - ଭଅଁର)
ତା'-ଲୁହ ତା'-କୋହ ତା' ଭଙ୍ଗା ହୃଦୟ
ସହି ନପାରେ କାହ୍ନା ରାଈ ବିରହ
ଏ ଦେହ କୁଞ୍ଜେ ତୁମେ ଜୀବ-ପରମ
ରାଈ ବିନା ଶ୍ୟାମ ଅଟେ ଅପୂର୍ଣ୍ଣ
ଆଜି କହ୍ନେଇ...
ଆଜି କହ୍ନେଇ ର ମନ ଛନ ଛନ...।।୨।।
ଥାଇ ନଥୁଲା ପରି ଲାଗେ ଜୀବନ
ଆଜି କହ୍ନେଇ...
ଆଜି କହ୍ନେଇ ର ମନ ଛନ ଛନ...।।୧।।
* * * * *






Previous
Next Post »