He natha jagannatha Lyrics

Song : He Natha Jagannatha
Singer : Pabitra Mishra
Lyrics : Er. Dolagovinda Behera
Compose, Audio & Videography : Ratikanta Mallick
Music Label : Mac Music Global
ହେ ନାଥ ଜଗନ୍ନାଥ
ହେ ନାଥ ! ଜଗନ୍ନାଥ !!
ତୁମେ ଜଗତର ନାଥ....
ତୁମେ ହିଁ ତ ତେଜ ଅନଳ ମଧ୍ୟରେ
ପ୍ରାଣ ଶକ୍ତି ତୁମେ ଜଳର
ତୁମେ ସୃଷ୍ଟି ସ୍ଥିତି ବିଲୟ କାରଣ
କାଳ ତୁମେ ମହାକାଳର
ତୁମ୍ଭରି ଆଜ୍ଞାରେ ମହାଶୂନ୍ୟ ପଥେ
ସୂର୍ଯ୍ୟ ଚନ୍ଦ୍ର ଆତଯାତ...
ହେ ନାଥ ! ଜଗନ୍ନାଥ !!
ତୁମେ ଜଗତର ନାଥ....।।୦।।
ତୁମରି ଦେଉଳ ବଡ଼ ଦେଉଳ ହେ
ଶିରୀକ୍ଷେତ୍ର ତୁମରି ଧାମ
ତୁମରି ପ୍ରସାଦ ମହାପ୍ରସାଦ ହେ
ବଡ଼ ଠାକୁର ତୁମ ନାମ
ଫର ଫର ଉଡ଼େ ପତିତପାବନ
ବାନା ନୀଳାଚଳ ଶିଖରେ
ପତିତ ଜନଙ୍କୁ ଉଦ୍ଧରିବା ପାଇଁ
କେଉଁ କାଳୁ ଦେଖ ଦେଖରେ
ଶମଶାନ ଯହିଁ ସ୍ଵର୍ଗଦ୍ଵାର ପ୍ରଭୁ
ଜୀବର ମୁକତି-ପଥ....
ହେ ନାଥ ! ଜଗନ୍ନାଥ !!
ତୁମେ ଜଗତର ନାଥ....।।୧।।
ତୁମରି ସାଗର ମହୋଦଧି ପରା
ତୁମରି ବଟ କଳ୍ପବଟ
ପାଞ୍ଚକୋଶ ବ୍ୟାପି ଶଙ୍ଖର ଆକୃତି
ନୀଳ ସୁନ୍ଦର ପରବତ
ତୁମ ବଡ଼ଦାଣ୍ଡେ ଭକତଙ୍କ ଭିଡ଼
ଭାବ ସମୁଦ୍ରର ଲହଡ଼ି
ରଥ ଯାତରାରେ କେଡ଼େ ଆନନ୍ଦରେ
ତିନି ରଥ ନିଅନ୍ତି ଭିଡ଼ି
ପାଦବ୍ରଜେ ତୁମ କ୍ଷେତ୍ର ପରିକ୍ରମା
ମହିମା ବିଶ୍ଵବିଦିତ....
ହେ ନାଥ ! ଜଗନ୍ନାଥ !!
ତୁମେ ଜଗତର ନାଥ....।।୨।।
------------------ସମାପ୍ତ-------------------
ConversionConversion EmoticonEmoticon